ଯୁଗଶ୍ରୀ ଯୁଗନାରୀର ଶାରଦୀୟ ଦୁର୍ଗାପୂଜା ବିଶେଷାଙ୍କ ଅକ୍ଟୋବର ୨୦୨୫

ଆଜି ଯୁଗଶ୍ରୀ ଯୁଗନାରୀର ଶାରଦୀୟ ଦୁର୍ଗାପୂଜା ବିଶେଷାଙ୍କ ଅକ୍ଟୋବର ୨୦୨୫ ସଂଖ୍ୟାର ଶୁଭ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ଓ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାରୋହରେ ବହୁ ବିଶିଷ୍ଟ ସାହିତ୍ୟିକ, ଜ୍ଞାନୀ, ଗୁଣୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ସାହିତ୍ୟ ପତ୍ରିକାର ବାର୍ଷିକ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ସାହିତ୍ୟ ପତ୍ରିକାର ବାର୍ଷିକ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ପ୍ରସନ୍ନ କୁମାର ସ୍ବାଇଁ, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ଼ ସଙ୍ଗୀତା ରଥ ଯୋଗଦେଇ ଥିଲେ । ସମ୍ପାଦିକା ମମତା ମହାପାତ୍ର ସଭାପତିତ୍ବ କରିଥିବା ବେଳେ ସହସମ୍ପାଦିକା ଅଧ୍ୟାପିକା ଡ଼ ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଶ୍ରୀମତୀ ଝରଣା ପଟ୍ଟନାୟକ – ସାରସ୍ୱତ ସମ୍ମାନ, ଡ଼. ବିଜୟା ମିଶ୍ର – ସମାଜସେବା ସମ୍ମାନ, ଶ୍ରୀଯୁକ୍ତ କିରୀଟ ଗାନ୍ଧୀ, ପରିବେଶ ସୁରକ୍ଷା ସମ୍ମାନ ଓ ଶ୍ରୀଯୁକ୍ତ ବାବୁଲି ବେହେରା, ଶ୍ରେଷ୍ଠ ବିତରକ ସମ୍ମାନରେ ସମ୍ୱର୍ଦ୍ଧିତ ହୋଇଥିଲେ

jugashree juganari

events

: Annual Function :

: Mausumi :

: Megha Malhar :

6-Jugashree Juhanari - Image

Our Location

subscription

Rs. 300 + Rs. 120 (Shipping)

Scroll to Top