ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ସାହିତ୍ୟ ପତ୍ରିକାର ବାର୍ଷିକ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ
ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ସାହିତ୍ୟ ପତ୍ରିକାର ବାର୍ଷିକ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ପ୍ରସନ୍ନ କୁମାର ସ୍ବାଇଁ, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ଼ ସଙ୍ଗୀତା ରଥ ଯୋଗଦେଇ ଥିଲେ । ସମ୍ପାଦିକା ମମତା ମହାପାତ୍ର ସଭାପତିତ୍ବ କରିଥିବା ବେଳେ ସହସମ୍ପାଦିକା ଅଧ୍ୟାପିକା ଡ଼ ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଶ୍ରୀମତୀ ଝରଣା ପଟ୍ଟନାୟକ – ସାରସ୍ୱତ ସମ୍ମାନ, ଡ଼. ବିଜୟା ମିଶ୍ର – ସମାଜସେବା ସମ୍ମାନ, ଶ୍ରୀଯୁକ୍ତ କିରୀଟ ଗାନ୍ଧୀ, ପରିବେଶ ସୁରକ୍ଷା ସମ୍ମାନ ଓ ଶ୍ରୀଯୁକ୍ତ ବାବୁଲି ବେହେରା, ଶ୍ରେଷ୍ଠ ବିତରକ ସମ୍ମାନରେ ସମ୍ୱର୍ଦ୍ଧିତ ହୋଇଥିଲେ
![ଯୁଗଶ୍ରୀ ଯୁଗନାରୀ – ଓଡିଶାର ସବୁଠାରୁ ପ୍ରସଂଶନୀୟ ମାସିକ ପାରିବାରିକ ମହିଳା ପତ୍ରିକା [Odia Monthly Women Magazine]](https://jugashreejuganari.com/wp-content/uploads/2022/03/cropped-LOGO-Jugashree-Juganari-ISSN-213x164.png)
















